ବନ୍ଧା ହେବେ ନିଶା ମହାରଣା !
ଅଶ୍ଳୀଳ ନୃତ୍ୟ ପାଇଁ ବିବାଦରେ ନିଶା
ଭୁବନେଶ୍ବରରେ ନିଶାଙ୍କୁ ଖୋଜୁଛି ପୋଲିସ୍
ବନ୍ଧା ହୋଇପାରନ୍ତି ଆଇଟମ୍ ଗାର୍ଲ ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ପାଇଁ ଫସିଯିବେ କି ନିଶା ମହାରଣା ? ସୂଚନା ଅନୁସାରେ, ଗତ ୫ ଦିନ ତଳେ ବଲାଙ୍ଗିର ଜିଲ୍ଲାକୁ ଆସି ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା । ଏହି ଘଟଣାରେ ସଦର ଥାନା ପୋଲିସ୍ ଆୟୋଜକ କମିଟିର ୨ ଜଣକୁ ଅଟକ ରଖିଛି । ସେହିପରି ପୋଲିସ୍ର ଗୋଟିଏ ପୋଲିସ୍ର ଗୋଟିଏ ଟିମ୍ ଭୁବନେଶ୍ବର ଆସି ନିଶା ମହାରଣାକୁ ଖୋଜୁଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ ଆକ୍ସନ
ସେପଟେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ଼ ଆକ୍ସନ । ଏଡିଏମଙ୍କୁ ବଦଳି, ୩ ପୋଲିସ କର୍ମଚାରୀ ନିଲମ୍ବିତ, ୧୪ କମିଟି ମେମ୍ବର ଗିରଫ । ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ?
ସୂଚନା ଅନୁସାରେ ନିକଟରେ, ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଛି ।
ଅଧିକ ପଢ଼ନ୍ତୁ: ଦଳ ବାଛିଲେ ଜିତେଶ ଶର୍ମା, ଚୁଡ଼ାନ୍ତ ଏକାଦଶରେ ନାହାନ୍ତି ବିରାଟ କୋହଲି…ଧୋନି ଅଧିନାୟକ
ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କର ଭାବନାକୁ କୁଠାରଘାତ କରୁଛି ଏହି ଟ୍ରେଣ୍ଡ । ଦିନେ ଯାତ୍ରା, ଓଡ଼ିଆଙ୍କ ପରିଚୟ ହୋଇଥିଲା ବେଳେ ଏବେ ଶିକ୍ଷିତ ପରିବାର ଏପରି ଅଶ୍ଳୀଳତା ପାଇଁ ଯାତ୍ରାରୁ ମୁହଁ ଫେରାଉଛନ୍ତି । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଏବେଠୁ ସଜାଗ ହୁଏ ।
ତେବେ ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବି ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଗକୁ ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? କଠୋର କାର୍ଯ୍ୟାନୁଷ୍ଠାନ ସହ ଆସିବ କି କିଛି SOP ? ଏସବୁ ଉପରେ ରହିବ ନଜର ।
