ବ୍ରିଟିଶରଙ୍କ ଅଧିନରେ ଆରମ୍ଭ ହୋଇଥିଲା ଭାରତୀୟ ସେନା !

ସେମାନଙ୍କ ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଜାନୁଆରୀ ୧୫କୁ ଭାରତୀୟ ସେନା ଦିବସ ରୂପେ ପାଳନ କରାଯାଏ।

ଜାନୁଆରୀ ୧୫ରେ ପ୍ରତି ବର୍ଷ ସାରା ଦେଶ ପାଳୁଛି ସେନା ଦିବସ । କିନ୍ତୁ କାହିଁକି ପାଳନ କରାଯାଏ ସେନା ଦିବସ ? କ’ଣ ରହିଛି ଏହା ପଛର କାରଣ ? ଆପଣ କେବେ ଏନେଇ ଚିନ୍ତା କରଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏହା ପଛର ପୂରା କାହାଣୀ କହିବୁ । ଶେଷ ଯାଏଁ ପଢ଼ନ୍ତୁ, ଜାଣିପାରିବେ କ’ଣ ରହିଛି ଏହି ସେନା ଦିବସର ମହତ୍ତ୍ୱ..।

ଭାରତର ଗର୍ବ, ବଳ ଓ ଦମ୍ଭ ହେଉଛି ଭାରତୀୟ ସେନା। ପ୍ରତିଟି ସୈନ୍ୟଙ୍କ ତ୍ୟାଗ ଓ ବଳିଦାନ ଆଗରେ ଆମେ ନତମସ୍ତକ। ସୈନ୍ୟମାନେ ଦେଶର ଜାଗ୍ରତ ପ୍ରହରୀ ସାଜି ସୁରକ୍ଷା ଯୋଗାଉଛନ୍ତି ବୋଲି ଆମେ ନିଶ୍ଚିନ୍ତରେ ଶୋଇ ପାରୁଛନ୍ତି। ଆମର ବୀର ଯବାନଙ୍କ ସାହସିକତାକୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ, ତେଣୁ ସେମାନଙ୍କ ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଜାନୁଆରୀ ୧୫କୁ ଭାରତୀୟ ସେନା ଦିବସ ରୂପେ ପାଳନ କରାଯାଏ।

ଏହି ଦିବସରେ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଭାରତୀୟ ସୈନ୍ୟଙ୍କ ଆତ୍ମବଳକୁ ଦୃଢ଼ କରାଯାଏ। ଏଥିସହ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯାଏ। ତେବେ ଜାନୁଆରୀ ୧୫ରେ ଏହି ଦିବସ ପାଳନ କରିବା ପଛରେ କାରଣ କ’ଣ ? ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ, ବ୍ରିଟିଶ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା (Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ।

୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ। କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଉ ଏହି ଦିନ ହିଁ ଥିଲା ଜାନୁଆରୀ ୧୫ ତାରିଖ । ଭାରତର ଏହି ଗୌରବମୟ ଦିବସକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ଇଣ୍ଡିଆନ ଆର୍ମି ଡେ’ ଭାବେ ପାଳନ କରାଯାଉଛି ।

ତେବେ ଆଜି ସାରା ଦେଶ ପାଳୁଛି ୭୮ ତମ ସେନା ଦିବସ । ରାଜସ୍ଥାନ ଜୟପୁରରେ ଆୟୋଜିତ ହେଉଛି ଭବ୍ୟ ସମାରୋହ । ଭାରତୀୟ ସେନାର ସୌର୍ୟ୍ୟ, ବୀରତ୍ବ ଓ ପରାକ୍ରମର ଦିନ ହେଉଛି ଏହି ସେନା ଦିବସ । ଭବ୍ୟ ପରେଡରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିବ ନୂଆ ଗଠିତ ହୋଇଥିବା ଭୈରବ ବାଟାଲିୟନ । ପରେଡରେ ଦେଖିବାକୁ ମିଳିବ ସେନାର ଶକ୍ତି, ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା, ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତି ।

ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକେ ଦେଖିପାରିବେ । ଏହି ଅବସରରେ ଦେଶର ବିଧ୍ବଂସକାରୀ କ୍ଷେପଣାସ୍ତ୍ର ପ୍ରଦର୍ଶିତ ହେବ । ସେନା ଦିବସରେ ଭାରତୀୟ ଯବାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିସ୍ବାର୍ଥ ସେବା, ଦେଶ ସୁରକ୍ଷା କ୍ଷେତ୍ରରେ ସେନାର ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେନା ଦିବସରେ ଭାରତୀୟ ଯବାନଙ୍କ ସାହସ ଓ ବଳିଦାନକୁ ପ୍ରଂଶସା କରିଛନ୍ତି ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews