ଶ୍ରୀୟସ ଆୟର ବାହାରେ, ଏହି ଖେଳାଳିଙ୍କ ପାଇଁ ଖୋଲିଲା ଦ୍ୱାର

ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଶେଷ ମ୍ୟାଚ୍ ଜିତି ଭାରତ ନିଜ ସମ୍ମାନ ରକ୍ଷା କରିଥିଲେ ମଧ୍ୟ, ଷ୍ଟାର ବ୍ୟାଟର ଶ୍ରୀୟସ ଆୟର ଆହତ ହୋଇଥିବା ଖବର ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ମ୍ୟାଚ୍ ସମୟରେ ଏକ କ୍ୟାଚ୍ ଧରିବା ବେଳେ ଫିଲ୍ଡିଂ କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳୁଥିବା ସୂଚନା ଅନୁସାରେ, ସେ କିଛିଦିନ ଚିକିତ୍ସାଧୀନ ରହିବେ ଏବଂ ଫିଲ୍ଡକୁ ଫେରିବାକୁ ସମୟ ଲାଗିପାରେ।

ଆଗାମୀ ଦିନରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଥିବାବେଳେ, ଆୟରଙ୍କ ଆଘାତ ଚୟନକର୍ତ୍ତାଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ଏବେ ପ୍ରଶ୍ନ ଉଠୁଛି—ଆୟରଙ୍କ ସ୍ଥାନରେ କିଏ ଦଳରେ ସୁଯୋଗ ପାଇବେ? ଏନେଇ ଚୟନକର୍ତ୍ତାମାନେ ଚିନ୍ତା-ଭାବନା କରୁଥିବା ସୂଚନା ମିଳୁଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews