ଛତ୍ରପତି ଶିବାଜୀ ମହାରାଜଙ୍କ ଆଜି ଜନ୍ମଜୟନ୍ତୀ ପାଳନ କରାଯାଉଛି। ୧୬୩୦ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୯ ତାରିଖରେ ମହାରାଷ୍ଟ୍ରର ଶିବନେରୀ ଗିରିଦୁର୍ଗରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସାହାଜୀ ଭୋସଲେ ଓ ମାତାଙ୍କ ନାମ ଜିଜାବାଇ ଥିଲା।
ଶିଶୁକାଳରୁ ମାତାଙ୍କ ଆଦର୍ଶ ଓ ଶିକ୍ଷାରେ ପ୍ରେରିତ ହୋଇ ସେ ଧର୍ମ, ନୀତି ଓ ସାହସର ପାଠ ଅଧ୍ୟୟନ କରିଥିଲେ। ପରେ ସେ ମରାଠା ସାମ୍ରାଜ୍ୟ ସ୍ଥାପନା କରି ମୋଘଲ ଶାସନକୁ ଚ୍ୟାଲେଞ୍ଜ ଦେଇଥିଲେ।
ଶିବାଜୀ ମହାରାଜ ନିଜ ଶୌର୍ଯ୍ୟ, କୌଶଳ ଓ ଦୃଢ଼ ନେତୃତ୍ୱରେ ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ତାଙ୍କ ନୀତି-ନିୟମ ଓ ପ୍ରଶାସନିକ କୌଶଳ ଆଜି ମଧ୍ୟ ଶିଖନୀୟ। ସେ ଏକ ମହାନ ବିପ୍ଳବୀ ନେତା ଓ ରାଷ୍ଟ୍ରନାୟକ ଭାବେ ସ୍ମରଣୀୟ।
ଆଜି ଭାରତବର୍ଷର ବିଭିନ୍ନ ସ୍ଥାନରେ ତାଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିଭାବରେ ପାଳନ କରାଯାଉଛି।
ଜୟ ଭବାନୀ!
ଜୟ ଶିବାନୀ!
