ଓଡ଼ିଶାବାସୀଙ୍କ ସାସ୍କୃତିକ ଐତିହ୍ୟ : ବାର ମାସରେ ତେର ପର୍ବ
ଓଡ଼ିଶା ହେଉଛି ପର୍ବପର୍ବାଣୀ ଓ ସଂସ୍କୃତିର ଭଣ୍ଡାର। “ବାର ମାସରେ ତେର ପର୍ବ” କହାଯାଉଥିବା ଏହି ପରମ୍ପରା ଓଡ଼ିଆ ଜୀବନର ଅଂଶ ହୋଇ ରହିଛି। ସାରା ବର୍ଷ ଧରି ବିଭିନ୍ନ ପର୍ବ ପାର୍ବଣ ଓ ସାମ୍ପ୍ରଦାୟିକ ଉତ୍ସବ ମାଧ୍ୟମରେ ଓଡ଼ିଶାର ସାସ୍କୃତିକ ରୂପ ଉଜାଗର ହୋଇଥାଏ।
ବିଶେଷ କରି ଦୋଳ ଉତ୍ସବ ଓଡ଼ିଶାର ଏକ ନିଆରା ପରମ୍ପରା, ଯେଉଁଠାରେ ଭକ୍ତି, ଆନନ୍ଦ ଓ ସମ୍ପ୍ରୀତିର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳେ। ଏହି ଅବସରରେ ଗାଁ ଓ ସହରରେ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ।
ରଜ, ଦୋଳ, ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ଓଡ଼ିଶାର କଳାକାରମାନେ ନିଜର ନିଖୁଣ ଅଭିନୟ ଓ କଳା ପ୍ରତିଭା ଦେଖାଇଥାନ୍ତି। ଏହି କାର୍ଯ୍ୟକ୍ରମମାନେ ଓଡ଼ିଆ ସଂସ୍କୃତିକୁ ଆହୁରି ସମୃଦ୍ଧ ଓ ଜୀବନ୍ତ କରିଥାଏ।
ଆମେ ଗର୍ବର ସହିତ କହିପାରିବୁ — ଆମେ ଓଡ଼ିଆ। ଏହି ଐତିହ୍ୟ ଓ ପରମ୍ପରାକୁ ଅଗ୍ରଗତିରେ ନେବା ଆମ ସମସ୍ତଙ୍କର ଦାୟିତ୍ୱ।
ଓଡ଼ିଶାର ସମସ୍ତ ଜନସାଧାରଣ, ଗୁରୁଜନ, ଭାଇ ଓ ଭଉଣୀମାନଙ୍କୁ ଆମର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଜୟ ଜଗନ୍ନାଥ। 🙏
