ରାଜ୍ୟ ସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

ତାରିଖ ୫ ମାର୍ଚ୍ଚ ୨୦୨୬, ଗୁରୁବାର ଦିନ ରାଜ୍ୟ ସଭା ସାଂସଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ବିଜେଡି ଓ କଂଗ୍ରେସ ଦଳର ବହୁ ବଡ଼ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ।

ବିଜେଡି ଦଳର ପକ୍ଷରୁ ସନ୍ତୃପ୍ତ ମିଶ୍ର ରାଜ୍ୟ ସଭା ସାଂସଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଏହି ଅବସରରେ ଉଭୟ ପକ୍ଷର ବହୁ ତୁଙ୍ଗ ନେତା ଓ କର୍ମୀମାନେ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ବିଶେଷକରି ଚତୁର୍ଥ ଆସନ ପାଇଁ ହେବାକୁ ଥିବା ଲଢେଇ ସବୁଠାରୁ ଅଧିକ ରୋଚକପୂର୍ଣ୍ଣ ହେବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।

ଯଦି କଂଗ୍ରେସ, ବିଜେଡି ଓ ସିପିଆଇ ଏକାଠି ହୁଅନ୍ତି, ତେବେ ଏହି ଆସନକୁ ନେଇ ରାଜନୀତିକ ସମୀକରଣ ଆହୁରି ଆକର୍ଷଣୀୟ ହେବ ବୋଲି ମତ ପ୍ରକାଶ ପାଉଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews