ଜଗତସିଂହପୁରରେ ୨ୟ ବାର୍ଷିକ ଲଉଡ଼ିଖେଳ ପ୍ରତିଯୋଗିତା: ଗୋପାଳ ସମାଜର ସାମାଜିକ ଓ ଅର୍ଥନୈତିକ ବିକାଶ ଉପରେ ଆଲୋଚନା
ଜଗତସିଂହପୁର ଜିଲ୍ଲାର ଗାରେଇ, ନାଉଁଗ ଓ ଜଟାଧାରି ଗୋପାଳ ମହାସଭାର ସହଯୋଗରେ ଦ୍ୱିତୀୟ ବାର୍ଷିକ ଲଉଡ଼ିଖେଳ ପ୍ରତିଯୋଗିତା ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବହୁ ସଂସ୍ଥା ଓ ଦଳ ଅଂଶଗ୍ରହଣ କରି ଖେଳର ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ଜୟ ଗୋପାଳ ଓଡ଼ିଶା ନିୟୁଜର ରିପୋର୍ଟର ନିରାକାର ପରିଡା ମଧ୍ୟ ଉପସ୍ଥିତ ରହିଥିଲେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଗୋପାଳ ପରିବାର ଏହି ଅବସରରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହାସହ ଗୋପାଳ ସମାଜର ସାମାଜିକ ଓ ଅର୍ଥନୈତିକ ବିକାଶ ବିଷୟରେ ଏକ ସାଧାରଣ ସଭା ମଧ୍ୟ ଆୟୋଜିତ ହୋଇଥିଲା। ସଭାରେ ଗୋପାଳ ସମାଜର ଭାଇମାନଙ୍କ ପାଇଁ କଳାକାର ଭତ୍ତା କିପରି ମିଳିପାରିବ, ସେଥିପାଇଁ ପଦକ୍ଷେପ ଓ ଚେଷ୍ଟା ଜାରି ରଖିବା ଉପରେ ଆଲୋଚନା କରାଯାଇଥିଲା।
ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳ ସମାଜର ଏକତା, ସଂସ୍କୃତି ଓ ପରମ୍ପରାକୁ ଆହୁରି ମଜବୁତ କରିବାର ପ୍ରୟାସ କରାଯାଉଛି।
