ଓଡ଼ିଶାରେ ସରକାରି ନିଯୁକ୍ତିରେ ନୂଆ ଅଧ୍ୟାୟ – ରଶ୍ମୀରଞ୍ଜନ ସ୍ୱାଇଁ OUSSSC ଅଧ୍ୟକ୍ଷ ଭାବେ ନିଯୁକ୍ତ

ଓଡ଼ିଶାରେ ସରକାରି ଚାକିରି ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁ–କାଶ୍ମୀରର ପୂର୍ବତନ ଡିଜିପି ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ସ୍ୱାଇଁ ମହୋଦୟଙ୍କୁ ଓଡ଼ିଶା ପୋଲିସ ଓ ଅନ୍ୟାନ୍ୟ ସେବା ନିଯୁକ୍ତିର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ତାଙ୍କର ଏହି ନିଯୁକ୍ତି ଓଡ଼ିଶାର ଯୁବ ସମାଜ ପାଇଁ ଆଶା ଓ ଆତ୍ମବିଶ୍ୱାସର ନୂଆ ସନ୍ଦେଶ ନେଇଆସିଛି। ସରକାରି ଚାକିରିରେ ସ୍ୱଚ୍ଛତା ଓ ନିଷ୍ପକ୍ଷତାକୁ ଅବଲମ୍ବନ କରି ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନେବା ତାଙ୍କର ପ୍ରଧାନ ଲକ୍ଷ୍ୟ ବୋଲି ମନେ କରାଯାଉଛି। ଏହା ଦ୍ୱାରା ଆଗାମୀ ଦିନରେ ହଜାର ହଜାର ବେକାର ଯୁବକ ଓ ଯୁବତୀ ସରକାରି ଚାକିରି ପାଇବାର ସୁଯୋଗ ଲାଭ କରିପାରିବେ।

ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ସ୍ୱାଇଁ ମହୋଦୟ ପୂର୍ବରୁ ଜମ୍ମୁ କାଶ୍ମୀରର ଡିଜିପି (DGP) ଭାବେ କାର୍ଯ୍ୟରତ ଥିଲେ ଏବଂ ୨୦୨୪ ମସିହାରେ ସେ ଅବସରଗ୍ରହଣ କରିଥିଲେ। ତାଙ୍କର ଦୀର୍ଘ ପ୍ରଶାସନିକ ଅନୁଭବ ଓ ନେତୃତ୍ୱ ଓଡ଼ିଶାର ନିଯୁକ୍ତି ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବ ବୋଲି ସମସ୍ତଙ୍କ ଆଶା।

ଏହି ନିଯୁକ୍ତି ସମ୍ବାଦରେ ଓଡ଼ିଶାର ସାଧାରଣ ଲୋକ ଓ ବିଶେଷକରି ଚାକିରି ପାଇଁ ପ୍ରସ୍ତୁତି କରୁଥିବା ହଜାର ହଜାର ଯୁବକ-ଯୁବତୀଙ୍କ ମନରେ ଖୁସିର ମହଳ ଦେଖିବାକୁ ମିଳିଛି।

ଜୟ ଜଗନ୍ନାଥ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews