ରଥ ଯାତ୍ରା ୨୦୨୬ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମୁଖ୍ୟ ଦାୟିତ୍ୱ

ଓଡ଼ିଶାର ପବିତ୍ର ଧାମ ପୁରୀରେ ପ୍ରତିବର୍ଷ ଆଷାଢ଼ ମାସରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଭକ୍ତିଭାବ ଓ ଆଡମ୍ବର ସହ ଅନୁଷ୍ଠିତ ହୁଏ। ୨୦୨୬ ମସିହାରେ ଏହି ପବିତ୍ର ଘୋଷଯାତ୍ରା ଜୁଲାଇ ୧୬ (ଗୁରୁବାର) ଦିନ ଆରମ୍ଭ ହେବ। ଏହି ବର୍ଷ ସୁରକ୍ଷା ବ୍ୟବସ୍ଥାର ମୁଖ୍ୟ ଦାୟିତ୍ୱ ବରିଷ୍ଠ ଆଇପିଏସ୍ ଅଧିକାରୀ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପରେ ରହିଛି।

ଏହି ଅବସରରେ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ତାଙ୍କ ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ଲକ୍ଷ୍ୟଲକ୍ଷ୍ୟ ଭକ୍ତ ଓ ଦର୍ଶନାର୍ଥୀ ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ପୁରୀରେ ଏକତ୍ରିତ ହୁଅନ୍ତି।

ରଥଯାତ୍ରାର ପୂର୍ବରୁ ନେତ୍ରୋତ୍ସବନବଯୌବନ ଦର୍ଶନ ଭଳି ପବିତ୍ର ନୀତି ଅନୁଷ୍ଠିତ ହୁଏ। ରଥଚକଡ଼ାରୁ ଆରମ୍ଭ କରି ଆଙ୍ଗାମାଳ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ଶ୍ରୀମନ୍ଦିର ସମ୍ମୁଖରେ ଆଣିଥାନ୍ତି।

ରଥଯାତ୍ରା ପରେ ନଅ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ବିରାଜ କରନ୍ତି। ପରେ ଜୁଲାଇ ୨୪ ତାରିଖରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇ ମହାପ୍ରଭୁ ପୁଣିଥରେ ଶ୍ରୀମନ୍ଦିରକୁ ଫେରନ୍ତି।

ରଥଯାତ୍ରା ସମୟରେ ଲକ୍ଷ୍ୟଲକ୍ଷ୍ୟ ଭକ୍ତଙ୍କ ଭିଡ଼ ହେତୁ ସୁରକ୍ଷା ଓ ଶୃଙ୍ଖଳା ରକ୍ଷାରେ ପୋଲିସ ବିଭାଗର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବାହୁଡ଼ା ପରେ ରଥ ଉପରେ ମହାପ୍ରଭୁଙ୍କ ଦିବ୍ୟ ସୁନାବେଶଅଧରପଣା ନୀତି ଭକ୍ତମାନଙ୍କୁ ଆକର୍ଷିତ କରେ। ଶେଷରେ ଜୁଲାଇ ୨୭ (ସୋମବାର) ଦିନ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇ ରଥଯାତ୍ରାର ପବିତ୍ର ପର୍ବ ସମାପ୍ତ ହୁଏ।

ଓଡ଼ିଆ ସଂସ୍କୃତିରେ କୁହାଯାଏ— “ବାର ମାସରେ ତେର ପର୍ବ”, କିନ୍ତୁ ସେଥିରେ ରଥଯାତ୍ରା ସବୁଠାରୁ ବଡ଼ ଓ ପବିତ୍ର ପର୍ବ। ଏହା ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଭକ୍ତିର ଅଦ୍ଭୁତ ପ୍ରତୀକ।

ଜୟ ଜଗନ୍ନାଥ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews