ବିଶ୍ବ ପ୍ରସିଦ୍ଧ ପଖାଳ ଦିବସ: ଓଡ଼ିଆ ଖାଦ୍ୟ ସଂସ୍କୃତିର ଗର୍ବ ଓ ପରମ୍ପରା

ଆଜି ବିଶ୍ୱ ପ୍ରସିଦ୍ଧ ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ, ଶୁକ୍ରବାର ଦିନଟିକୁ ସମଗ୍ର ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଏ।

ପଖାଳ ଭାତ ମାତ୍ର ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଆ ଜୀବନଶୈଳୀର ଅଂଶ। ବିଶେଷକରି କୃଷକ ଭାଇମାନଙ୍କ ପରିବାରରେ ଏହା ଦିନଚର୍ଯ୍ୟାର ଅଂଶ ରୂପେ ପ୍ରଚଳିତ। ଗରିବ, ଖଟିଖିଆ ଓ ସାଧାରଣ ଲୋକଙ୍କ ଘରେ ଘରେ ପଖାଳ ଭାତ ଏକ ପରିଚିତ ଓ ପ୍ରିୟ ଖାଦ୍ୟ।

ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭାତର ମହତ୍ତ୍ୱ ଅତ୍ୟଧିକଶ୍ରୀମନ୍ଦିରରେ ପଖାଳରେ ଘିଅ ପଡି ଭୋଗ ଦିଆଯାଏ। ଏହାସହିତ, ଆନନ୍ଦ ବଜାରରେ ସୁସ୍ୱାଦୁ ଦହି ପଖାଳ ମିଳିଥାଏ, ଯାହା ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ।

ପଖାଳ ଭାତ ହେଉଛି ଓଡ଼ିଆ ଜାତିର ଗର୍ବ, ପରମ୍ପରା ଓ ସଂସ୍କୃତିର ପ୍ରତୀକ। ଏହା ଗ୍ରୀଷ୍ମର ତାପକୁ ଶାନ୍ତ କରିଥାଏ ଓ ଶରୀରକୁ ସତେଜ ରଖେ।

ଆସନ୍ତୁ, ଏହି ବିଶ୍ୱ ପଖାଳ ଦିବସରେ ଆମେ ସମସ୍ତେ ପଖାଳ ଭାତର ସ୍ୱାଦ ଉପଭୋଗ କରିବା ସହିତ ଆମର ସମୃଦ୍ଧ ଓଡ଼ିଆ ପରମ୍ପରାକୁ ଗର୍ବର ସହିତ ପାଳନ କରିବା।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews