ଆଜି ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ଏକ ଅତ୍ୟନ୍ତ ଗୌରବମୟ ଓ ମହତ୍ବପୂର୍ଣ୍ଣ ଦିନ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଆ ଭାଷାକୁ ଆଧାର କରି ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା। ଏହି ଦିନଟି ଆମ ପାଇଁ ଗର୍ବ, ପରିଚୟ ଓ ଐତିହ୍ୟର ପ୍ରତୀକ ଭାବେ ପାଳନ କରାଯାଏ।
ଆଜି ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ଖୁସିର ଦିନ। ଆମେ ଗର୍ବର ସହିତ କହୁ — “ଆମେ ଓଡ଼ିଆ, ଆମ ଜାତି ବଢିଆ।”
କେବେ କେବେ ଓଡ଼ିଆ ଭାଷା ଓ ତାହାର ଅସ୍ତିତ୍ୱ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଲୋକମାନଙ୍କ ସଂଘବଦ୍ଧ ଆନ୍ଦୋଳନ ଓ ସଂଗ୍ରାମ ଫଳରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଲା।
ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଅପରିସୀମ ପ୍ରୟାସ ଏବଂ ସଂଗ୍ରାମ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ନେଇଥିଲା। ତାଙ୍କ ଚିନ୍ତାଧାରା, ଆନ୍ଦୋଳନ ଓ ସାହିତ୍ୟ ସାରା ଓଡ଼ିଶାରେ ଜାତୀୟ ଚେତନା ସୃଷ୍ଟି କରିଥିଲା।
ବହୁ ବରପୁତ୍ରଙ୍କ ତ୍ୟାଗ ଓ ସଂଗ୍ରାମ ଫଳରେ ଆଜିର ଓଡ଼ିଶା ଗଢ଼ିଉଠିଛି, ଯାହା ପୂର୍ବରୁ “ଉତ୍କଳ” ନାମରେ ପରିଚିତ ଥିଲା ଏବଂ ନିଜ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଥିଲା।
ଆଜି ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଜୟ ଗୋପାଳ ଓଡିଶା ନିୟୁଜ ପରିବାର ପକ୍ଷରୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଜୟ ଜଗନ୍ନାଥ । ଜୟ ଉତ୍କଳ ।
