ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି । ଆନନ୍ଦର ପର୍ବରେ ରକ୍ତର ନଦୀ ରାସ୍ତାରେ ବୋହିଛି । ବାପାଙ୍କୁ ହରାଇ ଝିଅ କାନ୍ଦୁଛି, ସ୍ଵାମୀକୁ ହରାଇ ସ୍ତ୍ରୀ ମୁଣ୍ଡ ପିଟୁଛି ।

ବେଙ୍ଗାଳୁରୁ: ମକର ସଂକ୍ରାନ୍ତିରେ ସମସ୍ତେ ଗୁଡ଼ି ଉଡ଼ାଇବାରେ ବ୍ଯସ୍ତ । ଛାତ ଉପରେ, ଖୋଲା ପଡ଼ିଆରେ ଗୁଡ଼ି ଉଡ଼ାଇ ଲୋକେ ଖୁସି ମନାଉଛନ୍ତି । ଯାହା ଗୁଡ଼ି ଯେତେ ଉପରକୁ ଯାଉଛି, ସେତେ ଖୁସି ଦେଉଛି । ଆନନ୍ଦର ଏହି ଉତ୍ସବ ଭିତରେ ଗୁଡ଼ି ଦେଇଛି ଦୁଃଖ । ଝିଅକୁ କରି ଦେଇଛି ବାପା ଛେଉଣ୍ଡ ।

ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା (ମାଞ୍ଜା) ଲାଗି ଜଣେ ବ୍ୟକ୍ତିଙ୍କ ତଣ୍ଟି କଟି ଯାଇଛି । ଆଉ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି । ଆନନ୍ଦର ପର୍ବରେ ରକ୍ତର ନଦୀ ରାସ୍ତାରେ ବୋହିଛି । ବାପାଙ୍କୁ ହରାଇ ଝିଅ କାନ୍ଦୁଛି, ସ୍ଵାମୀକୁ ହରାଇ ସ୍ତ୍ରୀ ମୁଣ୍ଡ ପିଟୁଛି ।

ଏଥିସହ ପଢ଼ନ୍ତୁ: ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍

ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ବିଦାର ଜିଲ୍ଲାରେ । ତଳମଡଗି ବ୍ରିଜ୍‌ ଦେଇ ବାଇକ୍ ଚାଳକ ଜଣଙ୍କ ଯାଉଥିଲେ । ସେହି ସମୟରେ ଏକ ଗୁଡ଼ି ସୂତା ବ୍ୟକ୍ତି ଜଣଙ୍କ ତଣ୍ଟିରେ ଲାଗି ଯାଇଥିଲା । ଫଳରେ ବାଇକ୍‌ରୁ ଛିଟକି ପଡ଼ିଥିଲେ ହୋସାମଣି ।

ତଣ୍ଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପ୍ରବଳ ରକ୍ତସ୍ରାବ ବି ହୋଇଥିଲା । ବାଇକ୍‌ରୁ ଖସି ପଡ଼ିବା ପରେ ବହୁ କଷ୍ଟରେ ହୋସାମଣି ଝିଅକୁ ଫୋନ୍ କରିଥିଲେ । ଆଉ ଝିଅକୁ ଶେଷ କଲ୍ ପରେ ବୁଜି ଦେଇଥିଲେ ଆଖି ।

ସେହି ରାସ୍ତା ଦେଇ ଯାଉଥିବା ଲୋକ କପଡ଼ା ଦେଇ ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିଥିଲେ । କପଡ଼ା ସିନା ରକ୍ତରେ ଭିଜିଗଲା ହେଲେ ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଲୋକେ ଆମ୍ବୁଲାନ୍ସକୁ କଲ୍ କରି ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଆଖି ବୁଜି ଦେଇଥିଲେ ହୋସାମଣି ।

ଗୁଡ଼ି ସୂତା ଲାଗି ହୋସାମଣିଙ୍କ ମୃତ୍ୟୁ ପରେ ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର ଲୋକେ । କହିଛନ୍ତି, ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲେ ହୋସାମଣି ବଞ୍ଚି ଯାଇଥାନ୍ତେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ହୋସାମଣିଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ପ୍ରତିବାଦ କରିବା ସହ ମାଞ୍ଜା ବ୍ୟବହାରକୁ ନିଷିଦ୍ଧ କରିବାକୁ ଦାବି କରିଛନ୍ତି ।

ଏନେଇ ମନ୍ନା ଏଖେଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ପରମ୍ପରା ସାରା ଦେଶରେ ରହିଛି । ପୂର୍ବରୁ ଲୋକେ କଟନ ସୂତାରେ ଗୁଡ଼ି ଉଡ଼ାଉଥିଲେ, ଯାହାକି ସେତେଟା ଘାତକ ନଥିଲା ।

ଏଥିସହ ପଢ଼ନ୍ତୁ: ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ

କିନ୍ତୁ ବିଗତ କିଛି ବର୍ଷ ହେଲା ଲୋକେ ନାଇଲନ୍ ସୂତାର ବ୍ୟବହାର କରୁଛନ୍ତି । କଟନ ଅପେକ୍ଷା ନାଇଲନ୍ ସୂତା ଦୀର୍ଘ ଦିନ ଯାଉଥିବା ଏବଂ ଶସ୍ତା ହୋଇଥିବାରୁ ଲୋକେ ଆପଣାଉଛନ୍ତି । ଆଉ ଏହା ହିଁ ଘାତକ ସାଜି ଜୀବନ ନେଇ ଯାଉଛି । କିଏ ରକ୍ତାକ୍ତ ହେଉଛି ତ ଆଉ କିଏ ଆଖି ବୁଜୁଛି ।

ନାଇଲନ୍ ସୂତା ପତଳା ସହ ତୀକ୍ଷଣ ହୋଇଥିବାରୁ ଏହା ସହଜରେ ଶରୀରର ଚର୍ମକୁ ଭେଦି କ୍ଷତି କରୁଛି । ଫଳରେ ଅନେକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ବିଶେଷକରି ବାଇକ୍ ଚାଳକ ମାନେ ସୂତାକୁ ଦେଖି ନପାରି ରାସ୍ତା ଓ ବ୍ରିଜ୍‌ ଉପରେ ରକ୍ତାକ୍ତ ହେଉଛନ୍ତି ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews