ଆମ ବସ ଡ୍ରାଇଭରଙ୍କ ପାଇଁ ଆସିଲା ଗାଇଡଲାଇନ

କେମିତି ସୁରୁଖୁରୁରେ ଚାଲିବ ଆମ ବସ ସେବା
ଉଚ୍ଚ ସ୍ତରୀୟ ବୈଠକ ରେ ଡ୍ରାଇଭର ଙ୍କ ଆସିଲା ଗାଇଡଲାଇନ
ପୁରୁଣା ବସ ସ୍କ୍ରାପିଂ ହୋଇ ଆସିବ ନୂଆ ଛୋଟ ବସ

କେମିତି ସୁରୁଖୁରୁରେ ଚାଲିବ ଆମ ବସ ସେବା ଉଚ୍ଚ ସ୍ତରୀୟ ବୈଠକ ରେ ଡ୍ରାଇଭର ଙ୍କ ଆସିଲା ଗାଇଡଲାଇନ ପୁରୁଣା ବସ ସ୍କ୍ରାପିଂ ହୋଇ ଆସିବ ନୂଆ ଛୋଟ ବସ ଲଗାତାର ଦୁର୍ଘଟଣା ଓ ଖାମଖିଆଲି ଗାଡି ଚାଳଣା କୁ ନେଇ ଏବେ ବିବାଦ ରେ ଆମ ବସ। ଲୋକଙ୍କ ସୁବିଧା ପାଇଁ ରାଜ୍ୟ ରେ ଚାଲୁଥିବା ଏହି ବସ ସେବା ଉପରେ ଲୋକଙ୍କ ଆକ୍ରୋଶ ବଢୁଥିବା ବେଳେ ଏହାକୁ ସୁରୁଖୁରୁରେ ଚଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ପରିବହନ ବିଭାଗ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଉଚ୍ଚ ସ୍ତରୀୟ ବୈଠକ। ମୋ ବସ ଡ୍ରାଇଭରଙ୍କ ନିଯୁକ୍ତି ଓ ଶୃଙ୍ଖଳା ଉପରେ କିଛି କଠୋର ନିଷ୍ପତି ନିଆଯାଇଛି। ବୈଠକରେ ସାମିଲ ହୋଇଥିଲେ ପରିବହନ କମିଶନରଙ୍କ ସହ କ୍ରୁଟ ପରିଚାଳନା ନିର୍ଦେଶକ ସଂଜୟ ବିଶ୍ବାଳ।

ଯାତ୍ରୀମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ ହୋଇସାରିଥିବା ପୁରୁଣା ବିପିଟିଏସଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ। ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲରେ ଡ୍ରାଇଭରଙ୍କୁ ଦିଆଯାଉଥିବା ସୁବାହକ ଟ୍ରେନିଂ 3 ଦିନ ବଦଳରେ 5 ଦିନ ଦିଆଯିବ। ନୂଆ ନିଯୁକ୍ତି ପୂର୍ବରୁ 5 ବର୍ଷରୁ କମ ଅଭିଜ୍ଞତା ଥିବା ଡ୍ରାଇଭର ସୁବାହକ ଟ୍ରେନିଂ ପାସ ନ କଲେ ବସ ଚଳାଇବାକୁ ଅନୁମତି ମିଳିବ ନାହିଁ।

ସେହିପରି ରାଜ୍ୟ ରେ ଥିବା ITDR ଗୁଡିକୁ ଇ-ବସ୍ ପ୍ରଦାନ କରାଯିବ। ଏନେଇ ଆବଶ୍ୟକୀୟ ଥିବା ମଲ୍ଟି ଚାର୍ଜିଂ ଇନ୍ଫ୍ରା ଛତିଆ, ବ୍ରହ୍ମପୁର ଏବଂ ବଣାଇ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବାର ଯୋଜନା କରାଯାଇଛି। କଟକ ଓ ଭୁବନେଶ୍ବର ରାସ୍ତାକୁ ଦେଖି ଛୋଟ ଇ-ବସ୍ ଚଳା ଚଳ କରାଯିବ ସାମାଜିକ ଗଣମାଧ୍ୟମରୁ ସାଧାରଣ ଯାତ୍ରୀଙ୍କଠାରୁ ମଗାହେବ ରୁଟ୍ ପରିବର୍ତ୍ତନ ଉପରେ ମତାମତ । ଆମ ବସ ଦୁର୍ଘଟଣାକୁ ଦୃଷ୍ଟିରେ ରାଖି ପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପ୍ରତି ୧୫ ଦିନରେ ଆମବସ୍ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଭଳି ନିଷ୍ପତି କୁ ଯାତ୍ରୀ ସ୍ୱାଗତ କରିଥିବା ବେଳେ ଡ୍ରାଇଭର ବି ସତର୍କ ତା ସହ ବସ ଚଳାଇବା ଦରକାର କହିଛନ୍ତି ଆମ ବସ ଚାଳକ।

ବାରମ୍ବାର ଆମ ବସ ଦୁର୍ଘଟଣା ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା ବେଳେ ଭୟଭୀତ ସାଧାରଣ ଜନତା..ଏବେ ଡ୍ରାଇଭର ଙ୍କ ଉପରେ ତୀକ୍ଷ୍ଣ ନଜର ଆମ ବସ ଚଳା ଚଳ କୁ କେତେ ସୁଗମ କରି ପାରୁଛି ତାହା ଉପରେ ନଜର

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews