କମିଶନରେଟ୍ ପୁଲିସ କଟକ-ଭୁବନେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ଅବସ୍ଥିତ ଲ’ ୟୁନିଭରସିଟି କଲେଜ ପରିସରରେ କମିଶନରେଟ୍ ପୁଲିସ କଟକ-ଭୁବନେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଡା. ସୁରେଶ ଦେବଦତ୍ତ ସିଂହ, ଭା.ପୁ.ସେ. ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକମାନେ ଏବଂ ସ୍ଥାନୀୟ ସେବାମୂଳକ ଅନୁଷ୍ଠାନର ସଦସ୍ୟମାନେ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ସମାଜର ମଙ୍ଗଳ ଓ ଆବଶ୍ୟକତାମନ୍ଦଙ୍କ ସହାୟତା ପାଇଁ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୬୧ ୟୁନିଟ୍ ମୂଲ୍ୟବାନ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ସଦସ୍ୟ ଓ ରକ୍ତଦାତାଙ୍କୁ ଆୟୋଜକମାନେ କୃତଜ୍ଞତା ଜଣାଇଥିଲେ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews