ପାକିସ୍ତାନ ଉପରେ ଭାରତର ଜୋରଦାର ବିଜୟ, ସୁପର–୮ରେ ସ୍ଥାନ ପକ୍କା

ଆଜି ଶ୍ରୀଲଙ୍କାରେ ଆୟୋଜିତ ହାଇଭୋଲଟେଜ୍ ଟି–୨୦ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ପ୍ରତିଯୋଗିତା ଖେଳାଯାଇଥିଲା।

ପାକିସ୍ତାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୭୫ ରନ୍ ସଂଗ୍ରହ କରିଥିଲା। ଭାରତର ଓପେନର ଇଶାନ କିଶନ ୭୭ ରନ୍ କରି ଦଳକୁ ଶକ୍ତିଶାଳୀ ଆରମ୍ଭ ଦେଇଥିଲେ। ପରେ ସୂର୍ୟକୁମାର ଯାଦବ ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ।

ଲକ୍ଷ୍ୟ ପଛୁଆ କରିବାକୁ ନାମିଥିବା ପାକିସ୍ତାନ ଦଳ ୧୧୪ ରନ୍ କରି ସମ୍ପୂର୍ଣ୍ଣ ଆଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ୬୧ ରନ୍‌ରେ ଜୟଲାଭ କରି ସୁପର–୮ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

ଏହି ବିଜୟ ପରେ ଭାରତୀୟ ଦଳକୁ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews