ଓଡ଼ିଶାର ବରପୁତ୍ର ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଆଜି ତା-୨୭.୦୨.୨୦୨୬ ରେ ଓଡ଼ିଶାର ମହାପୁରୁଷ ଓ ବରପୁତ୍ର ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ବିଭିନ୍ନ ସାମାଜିକ ସଂଗଠନଙ୍କ ପକ୍ଷରୁ ଶ୍ରଦ୍ଧାଭରା ସ୍ମରଣ କରାଯାଉଛି।

ପୁରୀ ଜିଲ୍ଲାର ରାମଚନ୍ଦ୍ରପୁର ଗାଁରେ ଜନ୍ମଗ୍ରହଣ କରିଥିବା ଆଚାର୍ଯ୍ୟ ହରିହର ଦାସ ନିଜ ଜୀବନକୁ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜରେ ଅବହେଳିତ ଓ ବିଧବାମାନଙ୍କ ପାଇଁ ଆଶ୍ରମ ସ୍ଥାପନା କରିଥିଲେ।

ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିଲେ। ପିଲାମାନଙ୍କ ସହ ବକୁଳ ବନରେ ରହି ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିଥିଲେ। ଅସହାୟ ଓ ଦୁର୍ବଳ ବର୍ଗର ଲୋକମାନଙ୍କ ସେବାରେ ସେ ସଦା ନିଯୁକ୍ତ ରହୁଥିଲେ।

ତାଙ୍କ ସ୍ମୃତିରେ କଟକରେ Acharya Harihar Regional Cancer Centre ସ୍ଥାପିତ ହୋଇଛି, ଯେଉଁଠାରେ ଆଜି ଲକ୍ଷ୍ୟାଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି।

ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଜୟ ଗୋପାଳ ଓଡ଼ିଶା ନିୟୁଜ’ ପକ୍ଷରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଉଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews