ଶହିଦ ଦିବସ, ଭାରତ ମାତାର ସନ୍ତାନ: ଅମର ବଳିଦାନର ସ୍ମୃତିରେ ନମନ

ଆଜି ମାର୍ଚ୍ଚ ୨୩ ତାରିଖ—ଭାରତ ଦେଶରେ ଶହିଦ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଆମେ ସେହି ବୀର ସନ୍ତାନମାନଙ୍କୁ ସ୍ମରଣ କରୁଅଛୁ, ଯେମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ କରି ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ନିର୍ଭୀକ ଭାବେ ବଳିଦାନ କରିଥିଲେ।

ମାର୍ଚ୍ଚ ୨୩ ଭାରତର ଇତିହାସରେ ଏକ ବିଷାଦମୟ ଦିନ। ୧୯୩୧ ମସିହାରେ ଏହି ଦିନରେ ଦେଶର ତିନିଜଣ ବୀର ସ୍ୱାଧୀନତା ସଂଗ୍ରାମୀ—ଶହିଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ—ହସିହସି ଫାଶୀ ମଞ୍ଚକୁ ଯାଇ ନିଜ ଜୀବନ ଦେଇଥିଲେ। ସେମାନଙ୍କର ବୟସ ମାତ୍ର ୨୨ ରୁ ୨୩ ବର୍ଷ ଥିଲା, କିନ୍ତୁ ଦେଶପ୍ରେମ ଓ ସାହସରେ ସେମାନେ ଅପରିମିତ ଉଦାହରଣ ସୃଷ୍ଟି କରିଥିଲେ।

ସେହି ଦୁଃଖଦ ଖବର ସମଗ୍ର ଦେଶରେ ପ୍ରଚାରିତ ହେବା ସହିତ ଭାରତବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା। ହଜାରହଜାର ଲୋକ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫୁଲମାଳା ଅର୍ପଣ କରିଥିଲେ ଓ ତାଙ୍କର ବଳିଦାନକୁ ଅମର କରିଥିଲେ।

ଆଜି ମଧ୍ୟ ସେହି ମହାନ ବୀରମାନଙ୍କର ସ୍ମୃତି ଆମ ହୃଦୟରେ ଜୀବନ୍ତ। ସେମାନଙ୍କର ବଳିଦାନ ଆମକୁ ଦେଶପ୍ରେମ, ସାହସ ଓ ଏକତାର ପାଠ ପଢ଼ାଏ

ଆସନ୍ତୁ, ଏହି ପବିତ୍ର ଦିନରେ ଆମେ ସମସ୍ତେ ସେହି ଶହିଦମାନଙ୍କୁ ଶତ ଶତ ନମନ କରିବା ସହିତ ତାଙ୍କର ଆଦର୍ଶକୁ ଆମ ଜୀବନରେ ଅନୁସରଣ କରିବା।

ଜୟ ହିନ୍ଦ | ଶହିଦମାନେ ଅମର ରହନ୍ତୁ

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews