ପୁରୀ, ଜୁନ୍ ୨୯: ରାଜ୍ୟ ଓଡ଼ିଶା ଗୋପାଳ ସମାଜ (State Odisha Gopala Samaj) ପକ୍ଷରୁ ଗୋପାଳ ସମାଜ ପ୍ରତିଷ୍ଠା ଦିବସ ଅବସରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀରେ ଏକ ଭବ୍ୟ ଓ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଗୋପାଳ ସମାଜର ସଦସ୍ୟ, ପରିବାରବର୍ଗ, ରାଜ୍ୟସ୍ତରୀୟ ନେତୃବୃନ୍ଦ, ଭାଇ ଓ ଭଉଣୀମାନେ ଏଥିରେ ଯୋଗଦେଇ ପବିତ୍ର ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ କରିବା ସୌଭାଗ୍ୟର ବିଷୟ। ଏହି ପବିତ୍ର ଅବସରକୁ ସ୍ମରଣୀୟ କରିବା ପାଇଁ ସମସ୍ତ ସଦସ୍ୟ ଏକାଠି ହୋଇ ଭକ୍ତିଭାବରେ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।
କାର୍ଯ୍ୟକ୍ରମରେ ଗୋପାଳ ସମାଜର ସଭାପତି ବ୍ରହ୍ମାନନ୍ଦ ଦାସଙ୍କ ସହ ଅନ୍ୟାନ୍ୟ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଧରଣୀଧର ଦାସ, ଲକ୍ଷ୍ମୀପ୍ରିୟା ବେହେରା, ପ୍ରଭାତୀ ବେହେରା, ବଳରାମ ପରିଡ଼ା, ଦାଶରଥୀ ବେହେରା, ମନୋରଞ୍ଜନ ଦାସ, ସୁଷମା ବହାଲିଆ, ବେବିନା ବେହେରା, ବର୍ଷାରାଣୀ ପଲେଇ, ଶାନ୍ତିଲତା ବେହେରା, ମୋହିନୀ ବେହେରା, ଶ୍ରଦ୍ଧାଞ୍ଜଳି ବେହେରା, ଅଳକା ବେହେରା ଓ ଅପରାଜିତା ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।
ଏହି ଅବସରରେ ଗୋପାଳ ସମାଜର ପ୍ରତିଷ୍ଠାତା ବିଜୟ ଦାସ ମଧ୍ୟ ଉପସ୍ଥିତ ରହି ସମାଜର ଏକତା, ସଂସ୍କୃତି ଓ ପାରମ୍ପରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବାର ଆହ୍ୱାନ ଜଣାଇଥିଲେ। ସେହିପରି ବଟକୃଷ୍ଣ ବହାଲିଆ, ଉମାକାନ୍ତ ବେହେରା, କେଳୁ ବହାଲିଆ, ସୁନିଲ ବେହେରା, ନିରାକାର ପରିଡ଼ା, ବୁଲା ବେହେରା, ଦୀପ୍ତିରଞ୍ଜନ ଦାସ ଓ ବ୍ରଜରଞ୍ଜନ ବେହେରା ପ୍ରମୁଖ ମଧ୍ୟ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା ମା’ ମଙ୍ଗଳା କାଠିଲଉଡ଼ି ସାଂସ୍କୃତିକ ଦଳର ମନୋମୁଗ୍ଧକର ପରିବେଷଣ। ଦୁଇ ଭଉଣୀ ବିଜୟଲକ୍ଷ୍ମୀ ପରିଡ଼ା ଓ ଶୁଭଲକ୍ଷ୍ମୀ ପରିଡ଼ା, ଶିଶୁ କଳାକାର ବିଶ୍ୱଜିତ (ଶୁଭ) ଦାସ ଏବଂ ରାଜଙ୍କ ସମେତ ଅନେକ ଶିଶୁ କଳାକାର ନିଜ ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ଜିତିଥିଲେ।
ଏହି ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତି, ସମାଜସେବୀ ଓ ଗଣ୍ୟମାନ୍ୟ ଅତିଥିମାନେ ଯୋଗଦେଇ ଗୋପାଳ ସମାଜର ଏକତା ଓ ସାମାଜିକ ବନ୍ଧନକୁ ଆହୁରି ସୁଦୃଢ଼ କରିଥିଲେ।
ଶେଷରେ ସଭାପତି ବ୍ରହ୍ମାନନ୍ଦ ଦାସ ସମସ୍ତ ଅତିଥି, ମାଆ, ଭଉଣୀ, ଭାଇ ଏବଂ ସମସ୍ତ ସହଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
ଜୟ ଜଗନ୍ନାଥ। ଜୟ ଗୋପାଳ ସମାଜ।
