ଜଗତସିଂହପୁର ଜିଲ୍ଲାର ହରିପୁର ଗ୍ରାମର ଗୋପାଳ ଭାଇମାନଙ୍କର ସହଯୋଗରେ ମା ବଉଳାଣୀଙ୍କ ଅବସରରେ କାଠିଲଉଡି ନାଚଗୀତର ଏକ ସୁନ୍ଦର କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ୟକ୍ରମରେ ଛୋଟ ଛୋଟ ପିଲାମାନେ ନିଜର ସୁନ୍ଦର ନାଚ ଓ ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ।
ଜଗତସିଂହପୁର ଜିଲ୍ଲାର କାଠିଲଉଡି ନାଚଗୀତ ଓଡ଼ିଶାର ଲୋକସଂସ୍କୃତିର ଏକ ପ୍ରମୁଖ ଅଂଶ। ଏହି ଦଳ ସଦା ନୂଆ ନୂଆ ଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ହୃଦୟ ଜିତିଆସୁଛନ୍ତି।
କାଠିଲଉଡି ନାଚଗୀତ ଗୋପାଳ ଜାତିର ଏକ ପୁରାତନ ପରମ୍ପରା, ଯାହା ପିଢ଼ିରୁ ପିଢ଼ିକୁ ଚାଲିଆସି ଓଡ଼ିଶାର ଲୋକଜୀବନ ଓ ସଂସ୍କୃତିକୁ ସମୃଦ୍ଧ କରୁଛି। ଏହିପରି କାର୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ମଧ୍ୟ ନିଜ ପରମ୍ପରା ଓ ସଂସ୍କୃତି ସହିତ ଜୁଡ଼ି ରହୁଛନ୍ତି।
