କଟକରେ ଧୁମଧାମରେ ପାଳିତ ‘କାଠିଲଉଡି ଉତ୍ସବ ୨୦୨୬’ — ଗୋପାଳ ଭାଇମାନଙ୍କ କଳାର ଅପୂର୍ବ ମେଳା

ଓଡ଼ିଶାର କଟକ ଜିଲ୍ଲାରେ ନାଟି ଗୋପାଳ ସମାଜର ସହଯୋଗରେ ‘କାଠିଲଉଡି ଉତ୍ସବ ୨୦୨୬’ ଧୁମଧାମରେ ପାଳିତ ହୋଇଥିଲା। ଏହି ଉତ୍ସବରେ ଗୋପାଳ ଭାଇମାନଙ୍କ କାଠିଲଉଡି କଳାକାରମାନେ ଏକତ୍ରିତ ହୋଇ ନିଜ କଳାର ଅଦ୍ଭୁତ ପ୍ରଦର୍ଶନ କରିଥିଲେ।

ନାଟି ଗୋପାଳ ସମାଜ ପକ୍ଷରୁ ଉଲ୍ଲାସ ଚନ୍ଦ୍ର ଦାସ, ଦିପ୍ତ ରଞ୍ଜନ ଦାସ, ମନୁ ଦାସ, ପବିତ୍ର ଦାସ ଓ ଲିପୁ ଦାସ ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳରୁ ବହୁ କାଠିଲଉଡି ଦଳ ଓ କଳାକାର ଯୋଗଦେଇ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲେ।

ଏହି ଅବସରରେ ଗୋପାଳ ଭାଇମାନଙ୍କ ବିଭିନ୍ନ ପ୍ରକାରର କଳା ପରମ୍ପରା ଓ କଳାକାରମାନଙ୍କ ଉନ୍ନତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା।

କଟକ ଜିଲ୍ଲାର ନିଆଳି ବ୍ଲକର ନଅଗୋଠର ସମ୍ପାଦକ ଓ ଗୋପାଳ ସମାଜର ଉପଦେଷ୍ଟା ଶ୍ରୀ ଦୀପକ ଦାସ ସଭାର ପରିଚାଳନା କରିଥିଲେ। ଏହି ସଭାରେ ରାଜ୍ୟ ଓଡ଼ିଶା ଗୋପାଳ ସମାଜ ପକ୍ଷରୁ ବିଜୟ ଦାସ, ବଟକୃଷ୍ଣ ବାହାଲିଆ ଓ ପ୍ରକାଶ ବେହେରା ଉପସ୍ଥିତ ଥିଲେ।

ଏହି ଉତ୍ସବର ସମସ୍ତ ଖବର ଓ ପ୍ରଚାର ପ୍ରସାର ‘ଜୟ ଗୋପାଳ ଓଡ଼ିଶା ନିୟୁଜ’ ରାଜ୍ୟ ସଂପାଦକ ଓ ରିପୋର୍ଟର ନିରାକାର ପରିଡା କରିଥିଲେ। ଉତ୍ସବରେ ଯୋଗଦେଇଥିବା ସମସ୍ତ କାଠିଲଉଡି କଳାକାର ଭାଇମାନଙ୍କୁ ‘ଜୟ ଗୋପାଳ ଓଡ଼ିଶା ନିୟୁଜ’ ପକ୍ଷରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ସହିତ ସମସ୍ତ ଅତିଥିମାନଙ୍କୁ ଫୁଲମାଳା ଓ ଉତ୍ତରୀ ପିନ୍ଧାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ନାଟି ଗୋପାଳ ସମାଜ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା।

ଜୟ ଶ୍ରୀକୃଷ୍ଣ। ଜୟ ଗୋପାଳ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews