ବିବାହ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ହେଉଛି ଜନ୍ମ ଜନ୍ମାନ୍ତରର ପବିତ୍ର ବନ୍ଧନ। ମଣିଷର ଜୀବନର ପ୍ରତ୍ୟେକ କୋଣ ଓ ଅନୁକୋଣରେ ଜୀବନସାଥୀ ହେଉଛନ୍ତି ସବୁଠାରୁ ନିକଟତମ ଓ ଆପଣାର ଲୋକ।
ଦୁଇଜଣ ମଣିଷ ବେଦିରେ ବସି ପବିତ୍ର ହୋମ ନିଆଁକୁ ସାକ୍ଷୀ କରି ଏକ ନୂଆ ସଂସାର ଆରମ୍ଭ କରନ୍ତି। ସେହି ସଂସାର ସୁଖରେ ହେଉ କି ଦୁଃଖରେ, ଦୁହେଁ ଏକାପରକୁ ସମର୍ଥନ କରି ଜୀବନ ଯାତ୍ରାକୁ ଆଗେଇ ନେଇଥାନ୍ତି। ସେଠାରେ ଘରଣୀ କେବଳ ସଂସାରର ଏକ ଅଂଶ ନୁହେଁ, ସେ ହେଉଛନ୍ତି ଘରର ଶକ୍ତି, ସ୍ନେହ ଓ ସମର୍ପଣର ପ୍ରତୀକ।
ଜୀବନର କେତେକ ଅବସରରେ, ବିଶେଷ କରି ଯେତେବେଳେ ସ୍ୱାମୀ ଅସୁସ୍ଥ ହୋଇ ମେଡିକାଲ ବେଶରେ ଥାନ୍ତି, ସେତେବେଳେ ଘରଣୀର ସେବା ଓ ସମର୍ପଣ ସବୁଠାରୁ ବେଶି ଦେଖିବାକୁ ମିଳେ। ସେ ଟିକେ ମଧ୍ୟ ଅବହେଳା କରିନାହାନ୍ତି, ସମସ୍ତ ଦୁଃଖକୁ ଭୁଲି ସ୍ୱାମୀଙ୍କ ସେବାକୁ ନିଜର କର୍ତ୍ତବ୍ୟ ଭାବରେ ନିଭାନ୍ତି।
ଘରଣୀର ମନରେ ସବୁବେଳେ ଏକେ ଅଳି ରହେ— ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତି ଯେ, ତାଙ୍କର ଶଙ୍ଖା ଓ ସିନ୍ଦୂର ସଦା ଅବିକଳ ରହୁ। ସେ ନିଜ ସ୍ୱାମୀଙ୍କୁ ଇହଧାମ ଓ ପରକାଳର ଦେବତା ବୋଲି ମାନି ସମର୍ପିତ ହୋଇଥାନ୍ତି।
ଏହିପରି ସ୍ନେହ, ସମର୍ପଣ ଓ ସେବାରେ ଗଢ଼ିଉଠିଥାଏ ବିବାହର ପବିତ୍ର ବନ୍ଧନ, ଯାହା ସତରେ ଜୀବନକୁ ଅର୍ଥବାନ କରେ।
ଜୟ ଜଗନ୍ନାଥ।
