ଛେନା-ପନିର ଅପମିଶ୍ରଣ ବିରୋଧରେ ଚଢ଼ାଉ: ବିଭିନ୍ନ ସ୍ଥାନରୁ ଜବତ ହେଲା ଅପମିଶ୍ରିତ ସାମଗ୍ରୀ

କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ଚଢ଼ାଉ ଜୋରଦାର ହୋଇଛି। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଅପମିଶ୍ରଣ ଅଭିଯୋଗ ଥିବା ଛେନା ଓ ପନିର ଜବତ କରିଛନ୍ତି।

ଅଧିକାରୀମାନେ ବ୍ୟବସାୟୀଙ୍କ ଠାରୁ ଛେନା ଓ ପନିରର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଯାଞ୍ଚ ସମୟରେ କେତେକ ନମୁନାରେ ଅପମିଶ୍ରଣର ସନ୍ଦେହ ମିଳିଥିବାରୁ ସେଗୁଡ଼ିକୁ ନଷ୍ଟ କରାଯାଇଛି। କେତେକ ସ୍ଥାନରେ ଅପମିଶ୍ରିତ ସାମଗ୍ରୀକୁ ଗାତ ଖୋଳି ପୋତି ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି।

ବହୁ ପରିମାଣରେ ଛେନା ଓ ପନିରର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲାବୋରେଟୋରୀ ପରୀକ୍ଷାର ରିପୋର୍ଟ ଆସିବା ପରେ ଯଦି ଅପମିଶ୍ରଣ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଦୀର୍ଘଦିନ ଧରି କେତେକ ଅସାଧୁ ବ୍ୟବସାୟୀ ଅପମିଶ୍ରିତ ଛେନା ଓ ପନିର ବଜାରକୁ ଆଣି ଲୋକଙ୍କୁ ଠକୁଥିବା ଅଭିଯୋଗ ରହିଛି। ଏପରି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଅଧିକ ମୂଲ୍ୟରେ ବିକ୍ରି କରି ଅସାଧୁ ବ୍ୟବସାୟୀମାନେ ଲାଭ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଛେନା ଓ ପନିର ଅପମିଶ୍ରଣ ରୋକିବାକୁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଯାଞ୍ଚ ଓ ଚଢ଼ାଉ ଜାରି ରହିଛି। ଗୁଣାତ୍ମକ ଓ ନିରାପଦ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀମାନେ ଏହି ଅଭିଯାନକୁ ସ୍ୱାଗତ କରିଥିବା ବେଳେ ଅପମିଶ୍ରଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି।

ଜୟ ଗୋପାଳ ଓଡ଼ିଶା ନ୍ୟୁଜ୍ | ରିପୋର୍ଟର, କଟକ

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews