ଜଳ ହିଁ ଜୀବନ: ଆସନ୍ତୁ ଆଜିଠାରୁ ଜଳ ସଂରକ୍ଷଣରେ ହେବା ସଚେତନ

ଜଳ ହେଉଛି ଜୀବନର ମୂଳ ଆଧାର। ପୃଥିବୀର ତିନି ଭାଗ ଜଳ ଓ ଏକ ଭାଗ ସ୍ଥଳ ଥିବା ସତ୍ୱେ ମଧ୍ୟ, ପାନୀୟ ଜଳର ଉପଲବ୍ଧତା ଦିନକୁ ଦିନ କମିଯାଉଛି। ଜଳ ବିନା ଜୀବନ ଅସମ୍ଭବ—ମଣିଷ, ପଶୁ, ପକ୍ଷୀ ଓ ସମସ୍ତ ଜୀବଜଗତ ଏହାରେ ନିର୍ଭରଶୀଳ।

ପୁରାତନ କାଳରୁ ନଦୀ ଓ ଝରଣା କୂଳରେ ସଭ୍ୟତାର ଉଦୟ ଘଟିଥିଲା। ନଦୀର ଜଳ ଉପରେ ନିର୍ଭର କରି କୃଷି କାର୍ଯ୍ୟ ଚାଲୁଥିଲା ଓ ଲୋକମାନେ ସୁଖେ ଜୀବନ ବ୍ୟତୀତ କରୁଥିଲେ। କିନ୍ତୁ ଆଜିର ପରିସ୍ଥିତି ଚିନ୍ତାଜନକ। ଗାଁ ଓ ସହରରେ ଜଳ ସଙ୍କଟ ଦିନକୁ ଦିନ ଗଭୀର ହେଉଛି।

ନଳକୂପର ପାଣିରେ ଆଇରନ୍ ଅଧିକ ପାଇଯାଉଛି, ନଦୀ ଓ ପୁଷ୍କରିଣୀମାନେ ଖରାଦିନେ ଶୁଖିଯାଉଛନ୍ତି। ଏହାର ଫଳରେ ମଣିଷ ସହ ପଶୁପକ୍ଷୀମାନେ ମଧ୍ୟ ଜଳ ଅଭାବରେ ଭୋଗୁଛନ୍ତି। ବିଶେଷକରି ଗ୍ରୀଷ୍ମ ଋତୁରେ ଗାଈ-ଗୋରୁମାନଙ୍କ ପାଇଁ ପାଣି ମିଳିବା ଏକ ବଡ଼ ସମସ୍ୟା ହୋଇପଡ଼ିଛି।

ଓଡ଼ିଶାରେ ବହୁ ସେବାମୂଳକ ସଂଗଠନ ଏହି ସମୟରେ ଗୋମାତାଙ୍କୁ ଖାଦ୍ୟ ଓ ଜଳ ଯୋଗାଇ ସେବା କରୁଛନ୍ତି, ଯାହା ନିଶ୍ଚୟ ଏକ ପ୍ରଶଂସନୀୟ ପଦକ୍ଷେପ।

ଏହା ସହିତ ଆମେ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଅନଦେଖା କରିପାରିବୁ ନାହିଁ—ପରିବେଶ ଦୂଷଣ। ବହୁ କଳକାରଖାନାରୁ ନିସ୍କାସିତ ଦୁଷିତ ପଦାର୍ଥ ନଦୀରେ ମିଶି ଜଳକୁ ଅପବିତ୍ର କରୁଛି। ଏହା ମାନବ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ଭୟଙ୍କର ଆପଦ।

  • ଏବେ ସମୟ ଆସିଛି ସଚେତନ ହେବାର।
  • ଜଳ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।

ଆମେ କଣ କରିପାରିବୁ?

  • ଅନାବଶ୍ୟକ ଜଳ ବ୍ୟୟ ବନ୍ଦ କରନ୍ତୁ
  • ବର୍ଷା ଜଳ ସଂଗ୍ରହ ପ୍ରଣାଳୀ ଅପନାଇବା
  • ଗଛ ଲଗାଇ ପରିବେଶ ସୁରକ୍ଷା କରନ୍ତୁ
  • ନଦୀ ଓ ଜଳାଶୟ ସଫା ରଖନ୍ତୁ
  • ଅନ୍ୟମାନଙ୍କୁ ସଚେତନ କରନ୍ତୁ

ଯଦି ଆମେ ଆଜି ସଚେତନ ନହେବୁ, ତେବେ ସେହି ଦିନ ଦୂର ନୁହେଁ ଯେତେବେଳେ ମିଠା ପାଣି ମିଳିବା ଦୁର୍ଲଭ ହେବ।

ଆସନ୍ତୁ, ଆମେ ସମସ୍ତେ ମିଶି ଜଳ ସଂରକ୍ଷଣରେ ଅଗ୍ରସର ହେବା।
ଜଳକୁ ବଞ୍ଚାନ୍ତୁ, ଜୀବନକୁ ସୁରକ୍ଷିତ କରନ୍ତୁ।

ଜୟ ଗୋପାଳ ଓଡ଼ିଶା ନ୍ୟୁଜ ପକ୍ଷରୁ ସମସ୍ତଙ୍କୁ ଏହି ସଚେତନତା ବାର୍ତ୍ତା।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews