ଦୁଇ ବର୍ଷ ହେଲା ସ୍କୁଲ ନିର୍ମାଣ ଆରମ୍ଭ ହୋଇନି, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଜଗତସିଂହପୁର ଜିଲ୍ଲାର ଅବିଧିଆନନ୍ଦପୁର ଗାଁରେ ସରକାରୀ ବିଦ୍ୟାଳୟ ଗୃହ ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଁର ମହିଳା ସଂଗଠନ ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଏକ ଦରଖାସ୍ତ ଦିଆଯାଇଛି।

ସୂଚନା ଅନୁସାରେ, ଅବିଧିଆନନ୍ଦପୁର ମୌଜାର କାଠିଆପଡ଼ା ଅଞ୍ଚଳର ପ୍ଲଟ୍ ନମ୍ବର ୧୧୭୦ରେ ନୂତନ ଜମି ଉପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଯୋଜନା ରହିଛି। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ।

ବିଦ୍ୟାଳୟ ଗୃହ ନିର୍ମାଣରେ ଏଭଳି ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଦୀର୍ଘ ସମୟ ଧରି କାମ ଆରମ୍ଭ ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଦୁଃଖ ପ୍ରକାଶ ପାଇଛି।

ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସ୍କୁଲ ଗୃହ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରାଯାଉ ଏବଂ ନିର୍ମାଣ କାମ ଆରମ୍ଭ କରାଯାଉ।

ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ମହିଳା ସଂଗଠନ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews