କଳାହାଣ୍ଡି ଖାଉଟି ଅଦାଲତରେ ବଲିଉଡ୍ ଅଭିନେତାଙ୍କ ନାମରେ ମାମଲା
ସଲମାନ ଓ ହ୍ରିତିକଙ୍କ ନାଁର ରୁଜୁ ହେଲା ମାମଲା
ବଲିଉଡ ସେଲିବ୍ରିଟିଙ୍କ ନାମରେ ମାମଲା ଜାରି। କଳାହାଣ୍ଡି ଖାଉଟି ଅଦାଲତରେ ବଲିଉଡ୍ ଅଭିନେତା ସଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁର ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଜାନୁଆରୀ ୧୯ରେ ଦ୍ଵିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି। କଳାହାଣ୍ଡି ଖାଉଟି ଅଦାଲତରେ ମୃଦୁପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ଅଭିନେତା ସଲମାନ ଖାନ, ହ୍ରିତିକ ରୋଶନ, ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି।
ଏଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଫ୍ୟାନ୍ସ ଜାଣିବାକୁ ଚାହୁଁଛନ୍ତି କି ଏମିତି କଣ ହୋଇଛି ଯେ, ସଲମାନଙ୍କ ନାମରେ ବି ଓଡ଼ିଶାରେ ମାମଲା।ଖରିଆରର ଦୀପକ ଦୁବେଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହି କୋଲଡ୍ରିଙ୍କୁ କିଣିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା। ଏହା ପିଇବା ପରେ ଦୌଡ଼ରେ ଭାଗ ନେଲେ ବିଜୟ ସୁନିଶ୍ଚିତ ଓ ଦେହରେ ଶକ୍ତି ବଢ଼ିବା ବିଜ୍ଞାପନରୁ ପ୍ରଭାବିତ ହୋଇଥିଲେ। ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ। ବିଜ୍ଞାପନରେ ସଲମନ ଖାନ ଓ ହ୍ରିତିକ ରୋଶନ ଅଭିନୟ କରିଥିବା ଯୋଗୁଁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଛି।
ଏଥିସହ ପଢ଼ନ୍ତୁ: ସୁନା ନା ତେଲ କାହାର ଅଧିକ ଭାଉ, ଉତ୍ତର ଜାଣିଲେ ଉଡ଼ିଯିବ ହୋସ୍…
ଏନେଇ କଳାହାଣ୍ଡି ଖାଉଟି ଅଦାଲତରେ ସେ ଫିଲ୍ମ ଅଭିନେତା ସଲମାନ ଖାନ, ହ୍ରିତିକ ରୋଶନ, ମୃଦୁପାନୀୟ କମ୍ପାନି ପେପ୍ସି.କୋ ବିଜ୍ଞାପନ କାଉନସିଲ ବିରୋଧରେ ଅଭିଯୋଗ କରିଥିଲେ ।ଗତ ୨୨ ତାରିଖରେ ଏହାର ପ୍ରଥମ ଶୁଣାଣି ହୋଇଥିବା ବେଳେ ଜାନୁଆରୀ ୧୯ ତାରିଖରେ ଦ୍ଵିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅଭିଯୋଗକାରୀ କ୍ଷତିପୂରଣ ବାବଦକୁ ମାତ୍ର ଏକ ଟଙ୍କା ଦାବି ରଖିଛନ୍ତି। ବିଜ୍ଞାପନ କାଉନସିଲ ପାଇଁ ଓକିଲ ଅମିତ ଜୈନ, ଫିଲ୍ମ ଅଭିନେତା ସଲମାନ ଖାନଙ୍କ ପାଇଁ ଅନୀଷ ପଟ୍ଟନାୟକ, ହ୍ରିତିକ ରୋଶନ ଓ ପେପ୍ସିକୋ ପାଇଁ କୁନାଲ ବେହେରା ଆଣ୍ଡ ଆସୋସିଏଟ୍ସ ମାମଲା ପରିଚାଳନା କରୁଛନ୍ତି। କିନ୍ତୁ ଏହାକୁ ନେଇ ସଲମାନ କି ହ୍ରିତିକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି।
